Jupiter Transit 2024: ବୃହସ୍ପତିଙ୍କ ଚଳନ ପ୍ରଭାବରୁ ୩ ରାଶିର ଭାଗ୍ୟ ଉଜ୍ଜ୍ୱଳ
Advertisement
Article Detail0/zeeodisha/odisha2211053

Jupiter Transit 2024: ବୃହସ୍ପତିଙ୍କ ଚଳନ ପ୍ରଭାବରୁ ୩ ରାଶିର ଭାଗ୍ୟ ଉଜ୍ଜ୍ୱଳ

Guru Gochar 2024: ପ୍ରତିଟି ଗ୍ରହ ନକ୍ଷତ୍ର ନିର୍ଦ୍ଦିଷ୍ଟ ସମୟରେ ନିଜର ଗତିପଥ ପରିବର୍ତ୍ତନ କରିଥାନ୍ତି । ଏହା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଏହା ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିଥାଏ । ଉଭୟ ସକରାତ୍ମକ ଏବଂ ନକରାତ୍ମକ ଫଳ ମିଳିଥାଏ ବିଭିନ୍ନ ରାଶିକୁ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଶୁଭ ହେବ ।

Jupiter Transit 2024: ବୃହସ୍ପତିଙ୍କ ଚଳନ ପ୍ରଭାବରୁ ୩ ରାଶିର ଭାଗ୍ୟ ଉଜ୍ଜ୍ୱଳ

Jupiter Transit 2024: ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଏହାକୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିଶେଷ ତଥା ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଏହାର କାରଣ ହେଉଛି ଗ୍ରହମାନଙ୍କର ଚଳାଚଳ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିଥାଏ । ଏମାନଙ୍କ ମଧ୍ୟରେ ଅନେକ ଗ୍ରହ ଅଛି, ଯାହା ଅଧିକାଂଶ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭଦାୟକ ହୋଇଥିବାବେଳେ କେତେକଙ୍କ ପାଇଁ ଖରାପ ପ୍ରଭାବ ମଧ୍ୟ ରହିଛି । ଦେବଗୁରୁ ବୃହସ୍ପତି ମେଷରେ ଚଳନ କରୁଥିବା ସମୟରେ ଆଗକୁ ରାଶି ପରିବର୍ତ୍ତନ କରିବେ । ଗୁରୁ ବୃହସ୍ପତିଙ୍କ ଏହି ପରିବର୍ତ୍ତନ କିଛି ଲୋକଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ ହେବ । ଦେବଗୁରୁଙ୍କ କୃପା ମିଳିଲେ ଭାଗ୍ୟର ଦ୍ୱାର ଖୋଲିଥାଏ । ୨୭ ଟି ନକ୍ଷତ୍ରଙ୍କ ମଧ୍ୟରେ ବୃହସ୍ପତି ପୁନର୍ଭସୁ, ବିଶାଖା ଏବଂ ପୁର୍ବାଭାଦ୍ରପଦ ଆରାଧ୍ୟ ଅଟନ୍ତି । 

ଗୁରୁ ବୃହସ୍ପତି ମେଷ ରାଶିରୁ ବୃଷ ରାଶିକୁ ମଇ ୧ ରୁ ପ୍ରବେଶ କରିବେ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ସେମାନେ ଇଶ୍ବରଙ୍କ ବିଶେଷ ଆଶୀର୍ବାଦ ପାଇବା ସହ ଜୀବନରେ ଅଗ୍ରଗତି କରିବେ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ଦେବ ଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ରହିଛି ଜାଣନ୍ତୁ... 

ବୃଷ ରାଶି

ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହେବ । ଜୀବନରେ ଚାଲିଥିବା ଆର୍ଥିକ ସଙ୍କଟରୁ ଆପଣ ମୁକ୍ତି ପାଇବେ । ଆପଣ ଆର୍ଥିକ କ୍ଷେତ୍ରରେ ସୁଦୃଢ ହେବେ । ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ମଧୁରତା ରହିବ । ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ବିଚାରାଧୀନ କାର୍ଯ୍ୟରେ ଆଗେଇବା ଦ୍ୱାରା ସଫଳତା ମିଳିବ । ଚାକିରି ଏବଂ ବ୍ୟବସାୟରେ ଲାଭ ପାଇବେ । ମନ ଖୁସି ରହିବ ।

ସିଂହ ରାଶି

ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଚାକିରି ଏବଂ ବ୍ୟବସାୟରେ ଆପଣ ସଫଳତା ପାଇବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ପୂର୍ବରୁ ଥିବା ସମସ୍ୟା ଶେଷ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆପଣ ଆଶ୍ୱସ୍ତି ପାଇବେ । ପରିବାରରେ ସ୍ନେହ ପ୍ରେମ ବଢିବ । ଶିକ୍ଷା ସହିତ ଜଡିତ ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ଚାକିରିରେ ପଦୋନ୍ନତି ସହିତ ଦରମା ବଢିବାର ସମ୍ଭାବନା ରହିଛି । ନୂଆ ଚାକିରି କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ ।

କନ୍ୟା ରାଶି

ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିଦେବ । କାର୍ଯ୍ୟ କ୍ଷେତ୍ର ତଥା ରୋଜଗାରରେ ଆପଣ ଆଗେଇବେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ । ଧନପ୍ରାପ୍ତିର ସମ୍ଭାବନା ରହିଛି । ବୈବାହିକ ଜୀବନରେ ଆପଣ ସୁଖୀ ହେବେ । ପଦବୀ ଏବଂ ପ୍ରତିଷ୍ଠା ବୃଦ୍ଧି ସହିତ ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ନିବେଶ ପାଇଁ ଏହା ସବୁଠାରୁ ଶୁଭ ସମୟ । ବର୍ତ୍ତମାନ ସମୟରେ କରିଥିବା ବିନିଯୋଗ ପରବର୍ତ୍ତୀ ସମୟରେ ଆପଣଙ୍କୁ ଦ୍ୱିଗୁଣ ଲାଭ ଦେଇପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Rathayatra 2024: ପୁରୀରେ ପହଞ୍ଚିଲା ରଥଦଉଡ଼ି

Also Read- Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି