Advertisement
Photo Details/zeeodisha/odisha2254971
photoDetails0hindi

Lucky Zodiac Sign: ମଇ ୨୦ରେ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିକୁ ଆର୍ଥିକ ଲାଭ

Top 5 Lucky Zodiac Sign, 20 May 2024 : ମଇ ୨୦ ସୋମବାର ଦିନ ଚନ୍ଦ୍ର କନ୍ୟା ପରେ ତୁଳା ରାଶିରେ ଚଳନ କରିବାକୁ ଯାଉଛନ୍ତି । ଏଥି ସହିତ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ରହିଛି । ଏହି ପବିତ୍ର ଦିନଟିରେ ଶୁଭ ଯୋଗର ଶୁଭ ମିଶ୍ରଣରୁ କେଉଁ ୫ଟି ରାଶି ଲାଭ ପାଇବେ ଆସନ୍ତୁ ଜାଣିବା ।

1/5

ତୁଳା ରାଶି -  ୨୦ ମଇରେ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ମହାଦେବଙ୍କ ଅନୁଗ୍ରହରେ ପୂର୍ବରୁ ଥିବା ଇଚ୍ଛା ପୂରଣ ହେବ । ସ୍ଥଗିତ କାର୍ଯ୍ୟ ସମାପ୍ତ ହୋଇପାରେ । ପୁଞ୍ଜି ବିନିଯୋଗରୁ ଆପଣଙ୍କୁ ଭଲ ରିଟର୍ନ ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ଏକ ବଡ଼ ଚୁକ୍ତି କରିବାର ସୁଯୋଗ ପାଇବେ । ବ୍ୟବସାୟୀମାନେ କାର୍ଯ୍ୟରେ ସଫଳ ହେବେ । ଭଲ ଲାଭ ପାଇବେ ବ୍ୟବସାୟରେ । କୋର୍ଟରେ ବିଚାରାଧୀନ ଥିବା ମାମଲା ଆପଣଙ୍କ ସପକ୍ଷରେ ଯିବାର ଅଧିକ ସମ୍ଭାବନା ରହିଛି । ବୈବାହିକ ସମ୍ପର୍କରେ ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ । ବୁଦ୍ଧିମାନ ଭାବେ ପ୍ରତ୍ୟେକ କାର୍ଯ୍ୟ କରିବା ସହ ସଫଳ ହେବେ । ପରିବାର ସଦସ୍ୟଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ ।

2/5

ସିଂହ ରାଶି -  ୨୦ ମଇ ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ମହାଦେବଙ୍କ ଆପଣଙ୍କ ଉପରେ ଆଶୀର୍ବାଦର ବର୍ଷା କରିବେ । ଜୀବନର ସମସ୍ତ କ୍ଷେତ୍ରରେ ଆପଣ ସଫଳ ହେବାର ସମ୍ଭାବନା ରହିଛି । ମାନ ସମ୍ମାନ ବଢିବାକୁ ଲାଗିବ । ଚାକିରୀ ଖୋଜୁଥିବା ଯୁବକମାନେ ଭଲ ଖବର ପାଇବେ । ବ୍ୟବସାୟୀମାନେ ବହୁ ଅର୍ଥ ଉପାର୍ଜନ କରିବାର ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ଦୃଢ ହେବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ବନ୍ଧୁଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକୁଳିବେ । ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ରହିବ । ଘରର ମରାମତି ବିଷୟରେ ଆଲୋଚନା କରିପାରନ୍ତି ।

3/5

କନ୍ୟା ରାଶି -  ଆପଣଙ୍କ ପାଇଁ ଦିନଟି ଭଲ ଦିନ ହେବାକୁ ଯାଉଛି । ଭଗବାନ ଶିବଙ୍କ କୃପା ମିଳିବା ସହ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ପୂର୍ବ ପ୍ରସ୍ତୁତ ଯୋଜନା ସଫଳ ହେବ । ଜୀବନରେ ଅନେକ ଭଲ ସଙ୍କେତ ଆସିବ । ନିଯୁକ୍ତ ବ୍ୟକ୍ତିମାନେ ନିଜ କ୍ୟାରିୟରରେ ଆଗକୁ ବଢିବାରେ ସଫଳ ହେବେ । ଆପଣଙ୍କର ଭଲ କାର୍ଯ୍ୟ ସବୁଠାରେ ପ୍ରଶଂସିତ ହେବ । କ୍ୟାରିଅର କ୍ଷେତ୍ରରେ ଖୁବ ଆଗକୁ ଯିବେ । ବ୍ୟବସାୟ ଅଭିବୃଦ୍ଧି ହେବାର ଏକ ଉଚ୍ଚ ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନରେ ସମ୍ପର୍କ ଭଲ ରହିବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଙ୍କ ଇଚ୍ଛା ପୂରଣ ହୋଇପାରେ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ।

4/5

ମକର ରାଶି -  ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ ହେବ । କିଛି ଭଲ ଖବର ଶୁଣିବାକୁ ପାଇବେ । ଆପଣଙ୍କ ମନ ଶାନ୍ତ ଏବଂ ସ୍ଥିର ରହିବ । ରୋଜଗାର କରୁଥିବା ବ୍ୟକ୍ତି କାର୍ଯ୍ୟ ଶୈଳୀ ମାଧ୍ୟମରେ ଉଚ୍ଚକର୍ମଚାରୀଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ । ଯାହା ଆପଣଙ୍କ ସ୍ଥିତି ଭଲ ରଖିବା ସହ ପ୍ରଭାବ ବୃଦ୍ଧି କରିବ । ବ୍ୟକ୍ତିଗତ ସମ୍ପର୍କ କ୍ଷେତ୍ରରେ ଦିନଟି ବହୁତ ଭଲ । ଅବିବାହିତ ବ୍ୟକ୍ତିମାନଙ୍କ ପାଇଁ ନୂଆ ସମ୍ପର୍କର ସମ୍ଭାବନା ରହିଛି । ବ୍ୟବସାୟରେ ନୂଆ ଯୋଜନା କାର୍ଯ୍ୟକାରୀ କରିବା ସହ ସଫଳ ହେବେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦଢ ହେବ । ବୈବାହିକ ଜୀବନରେ ଥିବା ବିବାଦର ଅନ୍ତ ଘଟିବ । ପିଲାଙ୍କ ଭବିଷ୍ୟତ ନେଇ ଯୋଜନା କରିବେ ।

5/5

ମୀନ ରାଶି -  ଜୀବନର ଏକ ସ୍ମରଣୀୟ ଦିନକୁ ଉପଭୋଗ କରିବା ପାଇଁ ଆପଣ ଏକ ସୁବର୍ଣ୍ଣ ସୁଯୋଗ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିବ । ଛାତ୍ରମାନେ ସେମାନଙ୍କର ପ୍ରିୟ ବିଷୟଗୁଡ଼ିକରେ କୃତୀତ୍ୱ ହାସଲ କରିବେ । ପ୍ରେମ ସମ୍ପର୍କରେ ବିବାଦ ଥିଲେ ତାହାର ସମାଧାନ ହେବ । ଚାକିରୀ  କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆୟରେ ଅତୁଳନୀୟ ବୃଦ୍ଧି ଦେଖିବେ । ଭାଗିଦାରୀରେ ବ୍ୟବସାୟରେ ବହୁତ ଲାଭ ଅର୍ଜନ କରିବାର ସୁଯୋଗ ପାଇବେ । ପରିବାର ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ମଜବୁତ ହେବ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)