Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ
Advertisement
Article Detail0/zeeodisha/odisha2185885

Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ

Shani Purvabhadrapada Nakshtra Gochar: ଶନିଦେବଙ୍କ ମନ୍ଥର ଗତି କାରଣରୁ ଏହାର ପ୍ରଭାବ ଦୀର୍ଘ ଦିନ ପର୍ଯ୍ୟନ୍ତ ଲୋକଙ୍କ ଜୀବନରେ ରହିଥାଏ । ଶନି ବର୍ତ୍ତମାନ ମୂଳ ତ୍ରିକୋଣ ରାଶି ଏବଂ କୁମ୍ଭ ରାଶିରେ ଅଛନ୍ତି । ଶନିଦେବ ୦୬ ଏପ୍ରିଲ ୨୦୨୪ରେ ପୂର୍ବଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ ପ୍ରାୟ ସମସ୍ତ ରାଶିର ଲୋକମାନେ ପ୍ରଭାବିତ ହେବେ ।

Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ

Shani Purvabhadrapada Nakshtra Gochar: ଯେତେବେଳେ ଶନିଙ୍କ ଗତିବିଧିରେ ପରିବର୍ତ୍ତନ ହୁଏ ସେତେବେଳେ ଏହାର ପ୍ରଭାବ ପ୍ରାୟ ସମସ୍ତ ଲୋକଙ୍କ ଜୀବନରେ ପଡିଥାଏ ବୋଲି ବିଶ୍ୱାସ ରହିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଧୀର ଗତିଶୀଳ ଗ୍ରହ ଭାବରେ ବିବେଚନା କରାଯାଇଥାଏ । ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପାଇଁ ଶନିଙ୍କୁ ପ୍ରାୟ ଅଢେଇ ବର୍ଷ ସମୟ ଲାଗିଥାଏ । ଶନିଦେବଙ୍କ ମନ୍ଥର ଗତି କାରଣରୁ ଏହାର ପ୍ରଭାବ ଦୀର୍ଘ ଦିନ ପର୍ଯ୍ୟନ୍ତ ଲୋକଙ୍କ ଜୀବନରେ ରହିଥାଏ । ଶନି ବର୍ତ୍ତମାନ ମୂଳ ତ୍ରିକୋଣ ରାଶି ଏବଂ କୁମ୍ଭ ରାଶିରେ ଅଛନ୍ତି । ଶନିଦେବ ୦୬ ଏପ୍ରିଲ ୨୦୨୪ରେ ପୂର୍ବଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ ପ୍ରାୟ ସମସ୍ତ ରାଶିର ଲୋକମାନେ ପ୍ରଭାବିତ ହେବେ । କିନ୍ତୁ ଶନିଙ୍କ ଏହି ରାଶି ଚଳନ କିଛି ରାଶିର ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ଶନିଙ୍କ ପ୍ରଭାବରୁ କେଉଁ ରାଶିର ବ୍ୟକ୍ତିବିଶେଷ ଅଧିକ ଉପକୃତ ହେବେ ।

କନ୍ୟା ରାଶି
୬ ଏପ୍ରିଲରେ ପୁର୍ବାଭାଦ୍ରପଦ ନକ୍ଷତ୍ରରେ ଶନିଙ୍କ ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । କାର୍ଯ୍ୟରେ ସଫଳତା ପାଇବାର ଅଧିକ ସମ୍ଭାବନା ରହିଛି । ଚାକିରି କରୁଥିବା ଲୋକମାନେ ନୂଆ ଚାକିରି ପାଇଁ ଅଫର ପାଇପାରନ୍ତି । ହଠାତ୍ କୌଣସି କ୍ଷେତ୍ରରୁ ଆପଣ ଆର୍ଥିକ ଲାଭ ପାଇବେ । ବୈବାହିକ ଜୀବନ ସୁଖରେ କଟିବ ।

ବିଛା ରାଶି
ଆପଣଙ୍କ ରାଶିର ଚତୁର୍ଥ ଘରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ଆପଣ ସମସ୍ତ ପ୍ରକାର ସୁଖ ପାଇବେ । ବ୍ୟବସାୟରେ ଭଲ ଲାଭ ହେବା ସହିତ କୌଣସି ନୂଆ ଡିଲ୍ କରିପାରନ୍ତି । ଆପଣଙ୍କ ଉପରେ ଶନିଦେବଙ୍କର ବିଶେଷ ଆଶୀର୍ବାଦ ରହିବ । କ୍ୟାରିୟରରେ ଭଲ ସୁଯୋଗ ପାଇବେ । ଧନ ବୃଦ୍ଧି ହେବାର ସମ୍ଭାବନା ଅଛି । ସମାଜରେ ମାନସମ୍ମାନ ବୃଦ୍ଧି ହେବା ସହ ଘରେ ମଧ୍ୟ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରିବେ । ବୈବାହିକ ସମ୍ପର୍କ ଅଧିକ ମଜବୁତ ହେବ ।

କୁମ୍ଭ ରାଶି
ଶନିଦେବ ଆପଣଙ୍କର ରାଶିର ଆରାଧ୍ୟ ଏବଂ ସେ ଲଗ୍ନ ଘରେ ଚଳନ କରୁଛନ୍ତି । ଏପରି ପରିସ୍ଥିତିରେ ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଆପଣଙ୍କୁ ସମ୍ମାନ ମିଳିବା ସହ ମନ ଭିତରେ ଆତ୍ମବିଶ୍ୱାସ ବଢିବ । ଧନରେ ବୃଦ୍ଧି ହେବାର ସୁଯୋଗ ରହିଛି । ଆପଣଙ୍କର ସ୍ଥିତି ଏବଂ ପ୍ରତିଷ୍ଠା ବଢିବ । ନୂତନ ଯୋଜନା ସଫଳ ହେବ । ସମସ୍ତ ପ୍ରକାର ଇଚ୍ଛା ପୂରଣ ହେବାର ସମ୍ଭାବନା ଅଧିକ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Sukra Rahu Yuti: ସୂର୍ଯ୍ୟ-ରାହୁଙ୍କ ସହ ଶୁକ୍ରଙ୍କ ମିଶ୍ରଣ, ଏହି ରାଶିକୁ ବଡ଼ ଲାଭ

Also Read- Marriage 2024: ଏପ୍ରିଲରେ ବିବାହ ପାଇଁ କେବଳ ୪ ଟି ଦିନ, ଜାଣନ୍ତୁ ତାରିଖ ଓ ସମୟ...