Actor Death: ବିଶ୍ୱର ଏହି ଜଣାଶୁଣା ଅଭିନେତାଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2162229

Actor Death: ବିଶ୍ୱର ଏହି ଜଣାଶୁଣା ଅଭିନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଭଏସ୍ ଆର୍ଟିଷ୍ଟ ତଥା କୋରିଆ ଚଳଚ୍ଚିତ୍ରର ଗାୟକ ଲି ୱୋ ରି ମାତ୍ର ୨୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଏତେ କମ ବୟସରେ ତାଙ୍କର ଦେହାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ସୃଷ୍ଟି କରିଛି। ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

Actor Death: ବିଶ୍ୱର ଏହି ଜଣାଶୁଣା ଅଭିନେତାଙ୍କ ମୃତ୍ୟୁ

Actor Death: ନୂଆଦିଲ୍ଲୀ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଭଏସ୍ ଆର୍ଟିଷ୍ଟ ତଥା କୋରିଆ ଚଳଚ୍ଚିତ୍ରର ଗାୟକ ଲି ୱୋ ରି ମାତ୍ର ୨୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଏତେ କମ ବୟସରେ ତାଙ୍କର ଦେହାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ସୃଷ୍ଟି କରିଛି। ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏଠାରେ କହି ରଖୁ ଯେ ମାର୍ଚ୍ଚ ୧୫ରେ ଲି ୱୋ ରିଙ୍କର ମୃତ୍ୟୁ ହୋଇଥିଲା। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ବନ୍ଧୁ ଲି ଡାଲ ଲା ଏହି ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା ଲି ୱୋ ରି କିଏ?

କୋରିଆର ଗାୟକ ଲି ୱୋ ରି ଜଣେ ଉଦୀୟମାନ ଗାୟକ ଯିଏ ୨୦୦୦ ମସିହା ଫେବୃଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଗାୟକ ଜେନସିନ୍ ଇମ୍ପାକ୍ଟରୁ ତାଙ୍କର ପ୍ରକୃତ ପରିଚୟ ପାଇଥିଲେ। ୨୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଇଣ୍ଡଷ୍ଟ୍ରିର ସମସ୍ତଙ୍କୁ ଚକିତ କରିଛି। 

 

ମୃତ୍ୟୁ ଖବର ନେଇ ବନ୍ଧୁମାନେ ଦେଇଥିଲେ ସୂଚନା
ଗାୟକ ଲି ୱୋ ରିଙ୍କ ଦେହାନ୍ତ ବିଷୟରେ ଦୁଃଖଦ ସୂଚନା ତାଙ୍କ ଘନିଷ୍ଠ ବନ୍ଧୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ରି ଆମ ନିକଟରୁ ଗୋଟିଏ ଦିନ ପୂର୍ବରୁ ବିଦାୟ ନେଇଛନ୍ତି। ମିଳିଥିଲା ସୂଚନା ଅନୁଯାୟୀ ଗାୟକଙ୍କ ଅନ୍ତିମ ସଂସ୍କାର ବ୍ୟକ୍ତିଗତ ରଖାଯିବ। କେବଳ ତାଙ୍କ ପରିବାର ସଦସ୍ୟ ଏବଂ ଅତି ନିକଟତମ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ତେବେ ଗାୟକଙ୍କ ମୃତ୍ୟୁକୁ ତାଙ୍କର ପ୍ରଶଂସକମାନେ ଗ୍ରହଣ କରିପାରୁନାହାନ୍ତି।