Saturn Move: ନୂଆ ବର୍ଷରେ ଶନି କରିବେ ଓଲଟା ଚଳନ, ୩ ରାଶିଙ୍କ ପାଇଁ ବଢିବ ସମସ୍ୟା!
Advertisement
Article Detail0/zeeodisha/odisha2036674

Saturn Move: ନୂଆ ବର୍ଷରେ ଶନି କରିବେ ଓଲଟା ଚଳନ, ୩ ରାଶିଙ୍କ ପାଇଁ ବଢିବ ସମସ୍ୟା!

3 Zodiac Signs: ବହୁ ଲୋକେ ନୂଆ ବର୍ଷକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ମଧ୍ଯ ଆରମ୍ଭ କରିଛନ୍ତି । ୨୦୨୪ ଶୁଭ ରହିବ ନା ନାହିଁ, କେଉଁ ରାଶି ପାଇଁ କ’ଣ ପରିବର୍ତ୍ତନ ଆସିବ ସେନେଇ ଚିନ୍ତା ବଢିଛି । ବୈଦିକ ଶାସ୍ତ୍ର ଅନୁଯାୟୀ, ନୂଆ ବର୍ଷରେ ବହୁ ଗ୍ରହ ଓ ନକ୍ଷେତ୍ର ନିଜ ଗତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। 

ସୌ(ସୋସିଆଲ ମିଡିଆ)

3 Zodiac Signs Careful 2024: ରାତି ପାହିଲେ ନୂଆବର୍ଷ । ନୂତନ ବର୍ଷ ପାଇଁ ଲୋକଙ୍କ ମନରେ ଯେତିକି ଉତ୍ସାହ ସେତିକି ଭୟ । ବହୁ ଲୋକେ ନୂଆ ବର୍ଷକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ମଧ୍ଯ ଆରମ୍ଭ କରିଛନ୍ତି । ୨୦୨୪ ଶୁଭ ରହିବ ନା ନାହିଁ, କେଉଁ ରାଶି ପାଇଁ କ’ଣ ପରିବର୍ତ୍ତନ ଆସିବ ସେନେଇ ଚିନ୍ତା ବଢିଛି । ବୈଦିକ ଶାସ୍ତ୍ର ଅନୁଯାୟୀ, ନୂଆ ବର୍ଷରେ ବହୁ ଗ୍ରହ ଓ ନକ୍ଷେତ୍ର ନିଜ ଗତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହାଦ୍ବାରା କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ମନ୍ଦ ପ୍ରଭାବ ପଡ଼ିପାରେ । ତେବେ ଆଜି ଆସନ୍ତୁ ସେହି ୩ ରାଶିଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କୁ ନୂଆ ବର୍ଷରେ ବେଶ ସତର୍କ ରହିବାକୁ ପଡ଼ିବ ।

ସତର୍କ ରୁହନ୍ତି ଏହି ୩ ରାଶି

କର୍କଟ ରାଶି: ବୈଦିକ ଶାସ୍ତ୍ର ଅନୁଯାୟୀ, ୨୦୨୪ରେ ଶନି ଓଲଟା ଚଳନ କରିବାକୁ ଯାଉଛନ୍ତି। ଫଳରେ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡି଼ବ । ଏହି ସମୟ ବେଶ କଷ୍ଟଦାୟକ ରହିବ। ପରିବାର ସଦସ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ବଢିବ । ବ୍ୟବସାୟରେ କ୍ଷତି । ଚାପଗ୍ରସ୍ତ ହେବା ନେଇ ସମ୍ଭାବନା ରହିଛି । ଦୁର୍ଘଟଣା ଆଶଙ୍କା ରହିଛି ।

ସିଂହ ରାଶି- ସିଂହ ରାଶିର ଲୋକଙ୍କ ପାଇଁ ୨୦୨୪ ସେମାନଙ୍କ ଆଚରଣ ଉପରେ ନିର୍ଭର କରିବ । ଶନି ଓ ରାହୁଙ୍କ ପ୍ରଭାବ ହେତୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କ୍ଷତି ସହିବାକୁ ପଡ଼ିପାରେ । ଏହି ସମୟରେ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ବାଧ୍ୟା ସୃଷ୍ଟି ହେବ ।

କନ୍ୟା ରାଶି- ନୂଆ ବର୍ଷ କନ୍ୟା ରାଶି ପାଇଁ କଷ୍ଟଦାୟକ ହେବାକୁ ଯାଉଛି । ବର୍ଷ ଆରମ୍ଭରୁ କୌଣସି ବଡ଼ ଦାୟିତ୍ବ ମିଳିବା ନେଇ ଯୋଗ ରହିଛି । ଆଚାର ବ୍ୟବହାର ଭଲ ରଖନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ସତର୍କତାର ସହ କାର୍ଯ୍ୟ କରନ୍ତୁ । ଧନହାନୀ ନେଇ ଯୋଗ ରହିଛି । ଦୂରଯାତ୍ରା କରନ୍ତୁ ନାହିଁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)