Shani Remedies: ଶନିବାର ଦିନ ଦାନ କରନ୍ତୁ ଏହି ସବୁ ବସ୍ତୁ, କଟିବ ଆପଣଙ୍କ ଶନିଦଶା, ମାଡି଼ଯିବ ଧନ ସମୃଦ୍ଧି!
Advertisement
Article Detail0/zeeodisha/odisha1810733

Shani Remedies: ଶନିବାର ଦିନ ଦାନ କରନ୍ତୁ ଏହି ସବୁ ବସ୍ତୁ, କଟିବ ଆପଣଙ୍କ ଶନିଦଶା, ମାଡି଼ଯିବ ଧନ ସମୃଦ୍ଧି!

Shani Remedies: ଶନିଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । ଏଭଳି ପରିସ୍ଥିତିରେ, ଜାତକରେ ଶନିଙ୍କ ସ୍ଥିତି ଉପଯୁକ୍ତ ସ୍ଥାନରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ ।  ଯଦି ଆପଣ ଶନି ଦେବଙ୍କୁ ସନ୍ତୁଷ୍ଟ କରି ଜୀବନ ଥିବା ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତାହାଲେ ଶନିବାର ଦିନ ଏହି ସବୁ ଉପାୟ କରନ୍ତୁ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shani Remedies: ଶନି ଦେବଙ୍କୁ(Shani dev) ନ୍ୟାୟର ଦେବତା ବୋଲି କୁହାଯାଏ। ବିଶ୍ବାସ ରହିଛି ଯେ, ଶନି ଦେବ ଜଣେ ବ୍ୟକ୍ତିଙ୍କୁ ତା କର୍ମ ଅନୁଯାୟୀ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଆନ୍ତି । ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । ଏଭଳି ପରିସ୍ଥିତିରେ, ଜାତକରେ ଶନିଙ୍କ ସ୍ଥିତି ଉପଯୁକ୍ତ ସ୍ଥାନରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଯଦି ଆପଣ ଶନି ଦେବଙ୍କୁ ସନ୍ତୁଷ୍ଟ କରି ଜୀବନ ଥିବା ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତାହାଲେ ଶନିବାର ଦିନ ଏହି ସବୁ ଉପାୟ କରି ଶନି ଦେବତାଙ୍କୁ ପ୍ରସନ୍ନ କରନ୍ତୁ(shani dev blessings) । ଏବଂ ଶନିଙ୍କ କୃପା ଲାଭ କରନ୍ତୁ।...

Also Read: Horoscope Today Aug 5 2023: ବ୍ୟବସାୟରେ ଆୟ ବୃଦ୍ଧି ସହ ଏହି ସବୁ ରାଶିର ଲୋକଙ୍କୁ ମିଳିବ ସୁସମ୍ବାଦ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ...

-ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ଶନିଦୋଷ ରହିଛି ସେମାନେ ଶନିବାର(Saturday) ଦିନ ସକାଳ ସମୟରେ ପଞ୍ଚାମୃତରେ କଳା ତେଲ ମିଶାଇ ଭଗବାନ ଶିବଙ୍କୁ ଅପର୍ଣ କଲେ ଶନି ଦଶା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
-ଶନିବାର ଦିନ କଳା ପୋଷାକ(Balack Dress), କଳା କମ୍ବଳ ବା କଳା ରଙ୍ଗର ପଶମ ପୋଷାକ ଦାନ କରିବା ଦ୍ବାରା ଶନି ଦେବଙ୍କ ଆଶୀର୍ବାଦ ମିଳିଥାଏ । 
ଶନିବାର ଦିନ ଏହି ପ୍ରତିକାର କଲେ ଶନି ଦେବ ସନ୍ତୁଷ୍ଟ ହେବା ସହ ଶୁଭ ଫଳାଫଳ ପ୍ରଦାନ କରିଥାଆନ୍ତି ।
-ଶନି ଦଶାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ସୋରିଷ ତେଲରେ(Mustard Oil)ମୁହଁ ଦେଖିବା ଉଚିତ୍ । ଅଭାବୀ ଲୋକଙ୍କୁ ତେଲ ଦାନ କରିବା ଦ୍ବାରା କ୍ରୋଧିତ ଶନି ଦେବ ଶାନ୍ତ ହୋଇଥାଆନ୍ତି ।
-ଶନିବାର ଦିନ ବୃଦ୍ଧ ଓ ଅଭାବୀ ବ୍ୟକ୍ତିଙ୍କୁ ଜୋତା, ଚପଲ ଦାନ କରନ୍ତୁ। ଏହାଛଡ଼ା କଳା ତେଲ, ସୋରିଷ ତେଲ ଓ କଳା ରଙ୍ଗର ଜିନିଷ ଦାନ କଲେ ଶନି ଦଶା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
-ପ୍ରତି ଶନିବାର(Saturday) ଦିନ ଏକ କଳା ରଙ୍ଗର ଗାଈକୁ ପୂଜା କରନ୍ତୁ । ରୋଷେଇ କରିବା ପରେ ପ୍ରଥମେ ଗାଈକୁ(Cow) ଖାଇବାକୁ ଦିଅନ୍ତୁ । ଗାଈର କପାଳରେ ସିନ୍ଦୁର ଲଗାଇ ଲଡୁକୁ ଖାଇବାକୁ ଦେଇ ପାଦକୁ ଛୁଅନ୍ତୁ । ଏହା ଆପଣଙ୍କୁ ଶନିଙ୍କ ଖରାପ ପ୍ରଭାବରୁ ମୁକ୍ତି ଦେଇଥାଏ ।
-ଶନିଙ୍କ ପ୍ରଭାବରୁ ମୁକ୍ତି ପାଇବା ପାଇଁ ପ୍ରତି ଶନିବାର ଦିନ ମାଙ୍କଡ(Money) ମାନଙ୍କୁ ଭଜା କଳା ଚଣା ଖାଇବାକୁ ଦିଅନ୍ତୁ । ପ୍ରତି ଶନିବାର ଦିନ ମିଠା ରୋଟି ପ୍ରସ୍ତୁତ କରି ଏଥିରେ ତେଲ ଲଗାଇ କଳା କୁକୁରକୁ(Black Dog) ଖାଇବାକୁ ଦିଅନ୍ତୁ ।
-ଶନିଙ୍କ କୋପରୁ ମୁକ୍ତି ପାଇବା ପାଇଁ, ପ୍ରତି ଶନିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଗାଧୋଇବା ପରେ ଓସ୍ତ ଗଛ ତଳେ ସୋରିଷ ତେଲ ଦୀପ ଓ ଧୂପ ଜଳାଇ ଗାଈର କଞ୍ଚା କ୍ଷୀର ଅପର୍ଣ କରନ୍ତୁ ।
-ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତି ପାଇବା ପାଇଁ ଓସ୍ତ ଗଛକୁ ଜଳ ଅର୍ପଣ କରିନ୍ତୁ । ଏହାପରେ ଗଛ ନିକଟରେ ଦୀପ ଓ ଧୂପକାଠି ଜାଳନ୍ତୁ ।
-ଶନି ଦଶା ଦୂର କରିବା ପାଇଁ ଶନିବାର ଦିନ ସ୍ବାତ୍ତିକ ଖାଦ୍ୟ ଖାଇବା ଉଚିତ୍ । ବ୍ୟକ୍ତି ମାଂସ ଓ ମଦ୍ୟପାନରୁ ଦୂରେଇ ରହିବା ଉଚିତ୍ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)