Pak Army:ବନ୍ଧୁକ ଛାଡ଼ି ଜମିରେ ହଳ କରିବେ ପାକିସ୍ତାନୀ ସୈନିକ !
Advertisement
Article Detail0/zeeodisha/odisha2044210

Pak Army:ବନ୍ଧୁକ ଛାଡ଼ି ଜମିରେ ହଳ କରିବେ ପାକିସ୍ତାନୀ ସୈନିକ !

ରାଜନୀତିରେ ଦଖଲ ପାଇଁ ପାକିସ୍ତାନୀ ସେନା ଜଣାଶୁଣା କିନ୍ତୁ ବର୍ତ୍ତମାନ ପାକ୍ ଆର୍ମି ଚାଷ କରିବାକୁ ପ୍ରସ୍ତୁତ ହେଉଛି। ପାକ୍ ସେନା ପଞ୍ଜାବର ଚୋଲିସ୍ତାନରେ ଚାଷ ପାଇଁ ଯୋଜନା କରୁଛି। ଚୋଲିସ୍ତାନରେ ପାକିସ୍ତାନ ସରକାର ନିଜ ଜମିରେ ଚାଷ କରିବାକୁ ଯାଉଛନ୍ତି, କିନ୍ତୁ ଏକ ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ସେନାର ମଧ୍ୟ ଏହି ପ୍ରକଳ୍ପରେ  ଭାଗ ରହ

SOCIAL MEDIA

Pak Army:

ରାଜନୀତିରେ ଦଖଲ ପାଇଁ ପାକିସ୍ତାନୀ ସେନା ଜଣାଶୁଣା କିନ୍ତୁ ବର୍ତ୍ତମାନ ପାକ୍ ଆର୍ମି ଚାଷ କରିବାକୁ ପ୍ରସ୍ତୁତ ହେଉଛି। ପାକ୍ ସେନା ପଞ୍ଜାବର ଚୋଲିସ୍ତାନରେ ଚାଷ ପାଇଁ ଯୋଜନା କରୁଛି। ଚୋଲିସ୍ତାନରେ ପାକିସ୍ତାନ ସରକାର ନିଜ ଜମିରେ ଚାଷ କରିବାକୁ ଯାଉଛନ୍ତି, କିନ୍ତୁ ଏକ ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ସେନାର ମଧ୍ୟ ଏହି ପ୍ରକଳ୍ପରେ  ଭାଗ ରହିବ । ଏହି ଚୁକ୍ତିନାମା ଅନୁଯାୟୀ ପାକ୍ ଆର୍ମି ୪.୮ ଲକ୍ଷ ଏକର ଜମି ପାଇଛି। ଚାଷ ପ୍ରତି ଲୋକଙ୍କ ମଧ୍ଯରେ ଆଗ୍ରହ ସୃଷ୍ଟି  କରିବା ପାଇଁ ପାକ୍ ସେନା ଏବଂ ସରକାର ଏହି ପଦକ୍ଷେପ ନେଉଛନ୍ତି।

ସର୍ବସାଧାରଣ ଜମିକୁ ପାକିସ୍ତାନ ସେନାକୁ ହସ୍ତାନ୍ତର କରିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ପାକ୍ ସରକାରର କହିବା ହେଉଛି ଯେ, ଦେଶର ପ୍ରାୟ ୨୪ କୋଟି ଜନସଂଖ୍ୟାକୁ ଖାଇବାକୁ ଦେବା ପାଇଁ କର୍ପୋରେଟ ଚାଷ ଆବଶ୍ୟକ । କାରଣ ନିକଟ ଅତୀତରେ ଖାଦ୍ୟ ମୁଦ୍ରାସ୍ଫୀତି ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି ଏବଂ ଦେଶର ଋଣ ବୃଦ୍ଧି ପାଉଛି। ପାକ୍ ଆର୍ମି କହିଛି ଯେ ଏହି ପ୍ରକଳ୍ପ ମାଧ୍ୟମରେ ସେନା ଦେଶକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସେନା ନିୟନ୍ତ୍ରଣରେ ଥିବା କ୍ଷେତରୁ ଫସଲ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ।

ଚଳିତ ବର୍ଷ ସେନା କରିବ ଚାଷ

ଚଳିତ ବର୍ଷ ପାକିସ୍ତାନୀ ସେନା ବିଲକୁ ଯିବ । ଚାଷ କରିବ । ପାକ୍ ଆର୍ମି ଏହି କୃଷି ପ୍ରକଳ୍ପକୁ ଖାଦ୍ୟ ସୁରକ୍ଷା ଅଭିଯାନ ନାମରେ ନାମିତ କରିଛି।ପାକ୍ ସେନାର ଦାବି ଯେ, ସେମାନେ କୃଷିରେ ଉନ୍ନତ ବୈଶୟିକ ଜ୍ଞାନକୌଶଳ ପ୍ରୟୋଗ କରି ଜଳ ସଂଚୟ କରିବା ସହିତ ଖାଦ୍ୟ ଉତ୍ପାଦନକୁ ମଧ୍ୟ ବଢାଇବେ । ଯଦି ପ୍ରକଳ୍ପକୁ ନେଇ ପାକ୍ ସେନାର ଦାବିକୁ ବିଶ୍ୱାସ କରାଯାଏ ତେବେ , ଏଥିରୁ ମିଳିବାକୁ ଥିବା ଲାଭର ୨୦ ପ୍ରତିଶତ କୃଷି ଅନୁସନ୍ଧାନ ଏବଂ ବିକାଶ କାର୍ଯ୍ୟରେ ବିନିଯୋଗ ହେବ । ଯାହାଦ୍ୱାରା ସମଗ୍ର ଦେଶରେ ଚାଷର ଅବସ୍ଥା ସୁଦୃଢ ହୋଇପାରିବ । ବାକି ୮୦ ପ୍ରତିଶତ ଲାଭ  ସେନା ଏବଂ ସରକାରଙ୍କ ରାଜକୋଶକୁ ଯିବ।

ମରୁଭୂମିରେ ମରୁଦ୍ୟାନ କରିପାରିବ ପାକ୍ ସେନା ?

ପଞ୍ଜାବର ଯେଉଁ ଚୋଲିସ୍ତାନରେ ସେନାକୁ ଏହି ଜମି ଦିଆଯାଇଛି, ତାହା ଏକ ମରୁଭୂମି ଅଞ୍ଚଳ ଏବଂ ଏଠାରେ  ଜଳ ଅଭାବ ରହିଛି ।  ଏଭଳି ପରିସ୍ଥିତିରେ ଅଧିକାଂଶ ଜମି ଖାଲି ପଡିଛି ଏବଂ ସରକାରୀ ଜମି ଅଟେ। ଏହି ପ୍ରକଳ୍ପକୁ ସମର୍ଥନ କରୁଥିବା ଲୋକମାନେ କହିଛନ୍ତି ଯେ ମରୁଭୂମି ଜମିରେ ଚାଷ କରିବାର କ୍ଷମତା ଓ କୌଶଳ କୃଷକଙ୍କ ପାଖରେ ନାହିଁ କିନ୍ତୁ ସେନା ଏଠାରେ ଆଧୁନିକ ବୈଶୟିକ ଜ୍ଞାନକୌଶଳ ବିନିଯୋଗ କରି ଏହାକୁ ଚାଷ କରିପାରିବ। ଏବେ ଦେଖିବାକୁ ରହିଲା ଯେ,ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଥିବା ପାକିସ୍ତାନୀ ସେନା ନିଜ ଚାଷ ଅଭିଯାନରେ କେତେ ସଫଳ ହେଉଛି ଓ ମରୁଭୂମିକୁ ମରୁଦ୍ୟାନରେ ପରିବର୍ତ୍ତନ କରି ପାରୁଛି କି ନାହିଁ ।