IPL 2024: ଆଇପିଏଲ୍ ପୂର୍ବରୁ ମୁମ୍ବାଇ ଇଣ୍ତିଆନ୍ସକୁ ଝଟକା, ଆହତ କାରଣରୁ ବାଦ୍ ପଡି଼ଲେ ଏହି ଖେଳାଳି
Advertisement
Article Detail0/zeeodisha/odisha2163555

IPL 2024: ଆଇପିଏଲ୍ ପୂର୍ବରୁ ମୁମ୍ବାଇ ଇଣ୍ତିଆନ୍ସକୁ ଝଟକା, ଆହତ କାରଣରୁ ବାଦ୍ ପଡି଼ଲେ ଏହି ଖେଳାଳି

IPL 2024: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଆଇପିଏଲ (IPL 2024)। ଆଇପିଏଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ତିଆନ୍ସକୁ (Mumbai Indians)ଲାଗିଛି ବଡ଼ ଝଟକା । ଆହତ କାରଣରୁ ଦଳର ଜଣେ ଦ୍ରୃତ ବାମହାତୀ ବୋଲର ଚଳିତ ଥର ଆଇପିଏଲ୍ ମ୍ୟାଚ୍ ଖେଳିପାରିବେ ନାହିଁ।...

ସୌଜନ୍ୟ-ସୋସିଆଲ ମିଡି଼ଆ

IPL 2024: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଆଇପିଏଲ (IPL 2024)। ଆଇପିଏଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ତିଆନ୍ସକୁ (Mumbai Indians)ଲାଗିଛି ବଡ଼ ଝଟକା । ଆହତ ହୋଇଛନ୍ତି ଦ୍ରୃତ ବାମହାତୀ ବୋଲର ଜେସନ ବେହେରେଣ୍ଡର୍ଫ (jason behrendorff injured)। ଆହତ କାରଣରୁ ସେ ଆଇପିଏଲ୍ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।  ଜେସନ ବେହେରେଣ୍ଡର୍ଫଙ୍କ ବଦଳରେ ଇଂଲଣ୍ଡର ଲୁକ୍ ଉଡଙ୍କୁ ଦଳରେ ସାମିଲ୍ କରାଯାଇଛି।  ଲୁକ ଉଡ଼ଙ୍କୁ (Luke Wood) ବେସ୍ ପ୍ରାଇସ୍ ୫୦ ଲକ୍ଷ ବଦଳରେ ତାଙ୍କୁ ଦଳରେ ସାମିଲ୍ କରାଯାଇଛି। 

ALSO READ : Weather Update: ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା, ବର୍ଷା, ଘଡଘଡି ନେଇ ସତର୍କତା ଜାରି

ସୂଚନା ଯୋଗ୍ୟ, ଅଷ୍ଟ୍ରେଲିଆର ଏହି ଦ୍ରୃତ ବୋଲର ଗତ ବର୍ଷ ୧୨ଟି ମ୍ୟାଚ୍ ଖେଳି ୧୪ ଓ୍ବିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ। ଚଳିତ ଥର ମୁମ୍ବାଇ ଇଣ୍ତିଆନ୍ସକୁ ଆଇପିଏଲ୍ ପୂର୍ବରୁ ଆଉ ଏକ ଝଟକା ଲାଗିଛି। ସୂଚନା ଯୋଗ୍ୟ ଗୋଟିଏ ଦିନ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟର  ଦିଲଶାନ ମଧୁଶଙ୍କା (Sri Lankan cricketer Dilshan Madushanka) ଆହତ ହୋଇ ଆଇପିଏଲରୁ ବାଦ୍ ପଡିଥିଲେ।  ଦିଲଶାନ ମଧୁଶଙ୍କା ଫିଟନେସ୍ ରିପୋର୍ଟରେ ଡାକ୍ତର ଏହା ଦର୍ଶାଇଥିଲେ ଯେ, ଆହତ କାରଣରୁ ସେ ଏବେ କୌଣସି ମ୍ୟାଚ୍ ଏବେ ଖେଳିପାରିବେ ନାହିଁ। 

ଅର୍ଥାତ୍ ସେ ମୁମ୍ବାଇ ଇଣ୍ତିଆନ୍ସ ତରଫରୁ କୌଣସି ବି ମ୍ୟାଚ୍ ଖେଳିପାରିବେ। ନାହିଁ। ତେବେ, ଗୋଟିଏ ପରେ ଗୋଟିଏ ପ୍ଲେୟାର ଆହତ ହେବା କାରଣରୁ ମୁମ୍ବାଇ ଇଣ୍ତିଆନ୍ସ ପାଇଁ ଏହି ଆଇପିଏଲ୍ ମ୍ୟାଚ୍ ବେଶ ରୋମାଞ୍ଚକର ରହିବ ବୋଲି କୁହାଯାଉଛି । ସୂଚନା ଯୋଗ୍ୟ,  ମାର୍ଚ୍ଚ ୨୨ ରୁ ଚଳିତ ବର୍ଷର ଆଇପିଏଲ୍ ମ୍ୟାଚ୍ ଖେଳଯିବ ବୋଲି ସ୍ଥିର ହୋଇଛି। ଉଦଘାଟନୀ ମ୍ୟାଚରେ  ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୧୭ ଦିନ ଭିତର ,ଅର୍ଥାତ୍ ପ୍ରଥମ ପର୍ଯ୍ୟାୟରେ ୨୧ଟି ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି।