Sambalpur News: ବସ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Advertisement
Article Detail0/zeeodisha/odisha2042895

Sambalpur News: ବସ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sambalpur News: ସମ୍ବଲପୁରରେ ଉତ୍ତେଜନା । ବୁଧବାର ସହରର ପଟ୍ଟନାୟକପଡ଼ା ଫ୍ରେଜର କ୍ଲବ ସମ୍ମୁଖରେ ଏକ ଟୁରିଷ୍ଟ ବସ ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । 

ସୌ(ସୋସିଆଲ ମିଡିଆ)

Sambalpur News: ସମ୍ବଲପୁରରେ ଉତ୍ତେଜନା । ବୁଧବାର ସହରର ପଟ୍ଟନାୟକପଡ଼ା ଫ୍ରେଜର କ୍ଲବ ସମ୍ମୁଖରେ ଏକ ଟୁରିଷ୍ଟ ବସ ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଶତାଧିକ ପୁରୁଷ ଓ ମହିଳା କ୍ଷତିପୂରଣ ଦାବି କରି ଟାଉନ ଥାନା ଘେରାଉ କରିବା ସହ ଲକ୍ଷ୍ମୀ ଟକିଜ ଛକର ରାସ୍ତା ଅବରୋଧ କରିଥିଲେ । ଅବରୋଧ ହଟାଇବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା ।

ସୂଚନାଯୋଗ୍ୟ, ମୃତକ ଛାତ୍ର ଜଣଙ୍କ ହେଉଛନ୍ତି ମୁଦିପଡ଼ା ଆମ୍ବେଦକର ନଗରର ୧୪ ବର୍ଷୀୟ ଦିଶାନ୍ତ ନାୟକ । ଦିଶାନ୍ତ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ମାଆଙ୍କ ପାଇଁ ଔଷଧ ଆଣିବାକୁ ସ୍କୁଟି ନେଇ ଯାଉଥିବା ବେଳେ ବିପରୀତ ଦିଗରୁ କୁଞ୍ଜଲତା ଛକ ପଟେ ଯାଉଥିବା ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦିଶାନ୍ତ ଆଖୁ ବୁଜିଥିଲେ । ଖବର ପାଇ ଟାଉନ ଥାନା ଓ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ନାବାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏହା ସହ ଦୁର୍ଘଟଣା ଘଟାଇଥିବା ବସ ଓ ଚାଳକଙ୍କୁ ଅଟକ ରଖିଛି ପୋଲିସ । ଏହି ଦୁଃଖଦ ଘଟଣା ନେଇ ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବା ଜଣାପଡ଼ିଛି । 

ଏହା ବି ପଢନ୍ତୁ-GiTAGGED: ଓଡ଼ିଶାର ୭ ସାମଗ୍ରୀକୁ ମିଳିଲା GI ମାନ୍ୟତା, ଜାଣନ୍ତୁ କ’ଣ ସବୁ ରହିଛି ସାମିଲ?

ଏହା ବି ପଢନ୍ତୁ- Bhubaneswar Metro Project: ମେଟ୍ରୋ ପ୍ରକଳ୍ପ ପାଇଁ 'ଲୋଗୋ' ଦେଲେ ମିଳିବ ପୁରସ୍କାର