କୁଚିଣ୍ଡାକୁ ଜିଲ୍ଲା ଘୋଷଣା ଦାବି, ୧୨ ଘଣ୍ଟିଆ ବନ୍ଦ କାରଣରୁ ଜନଜୀବନ ଠପ୍
Advertisement
Article Detail0/zeeodisha/odisha2021579

କୁଚିଣ୍ଡାକୁ ଜିଲ୍ଲା ଘୋଷଣା ଦାବି, ୧୨ ଘଣ୍ଟିଆ ବନ୍ଦ କାରଣରୁ ଜନଜୀବନ ଠପ୍

କୁଚିଣ୍ଡା ନାଗରିକମାନେ ଏହି ବନ୍ଦକୁ ସ୍ୱାଗତ କରିବା ସହିତ ଏଥିରେ ସାମିଲ ହୋଇ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଭାବରେ ଘୋଷଣା କରିବା ପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

କୁଚିଣ୍ଡାକୁ ଜିଲ୍ଲା ଘୋଷଣା ଦାବି, ୧୨ ଘଣ୍ଟିଆ ବନ୍ଦ କାରଣରୁ ଜନଜୀବନ ଠପ୍

ସମ୍ୱଲପୁର: ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ କାରଣରୁ ଜନଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । କୁଚିଣ୍ଡା ନାଗରିକମାନେ ଏହି ବନ୍ଦକୁ ସ୍ୱାଗତ କରିବା ସହିତ ଏଥିରେ ସାମିଲ ହୋଇ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଭାବରେ ଘୋଷଣା କରିବା ପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

‘କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ବନ୍ଦ ପାଳନ ନେଇ ସମୟଧାର୍ଯ୍ୟ କରାଯାଇଛି । ଆଜି ସମସ୍ତ ବଜାରଘାଟ ଖାଁ ଖାଁ ଦେଖାଯାଉଛି । କେବଳ ଜରୁରୀକାଳିନ ସେବା ଆମ୍ୱୁଲାନ୍ସ, ଦମକଳବାହିନୀକୁ ଛାଡିଦେଲେ ଅନ୍ୟ ସାଧାରଣ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ୬ଟା ପରେ ଦୋକାନବଜାର ଖୋଲା ହେବା ସହିତ ବଜାର ଓ ରାସ୍ତାଘାଟ ସ୍ୱଭାବିକ ହେବ ବୋଲି ଜଣାପଡିଛି ।

Also Read- ୧୪ ଲକ୍ଷରେ କିଡନି ବିକ୍ରି ନେଇ ମୂଲଚାଲ, SCBରେ ଅଟକ ହେଲେ ଦମ୍ପତ୍ତି

Also Read- କମାଲ୍ କଲେ ଏହି କ୍ରିକେଟରଙ୍କ ପୁଅ, ଦମଦାର ବ୍ୟଟିଂ କରି ଜିତାଇଲେ ମ୍ୟାଚ୍