Odisha Crime: ଚନ୍ଦ୍ରଗିରି ନବ ବିବାହିତ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ
Advertisement
Article Detail0/zeeodisha/odisha2157295

Odisha Crime: ଚନ୍ଦ୍ରଗିରି ନବ ବିବାହିତ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ

Odisha Crime: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ମଙ୍ଗଳବାର ରାତିରେ ବିବାହ ପଟୁଆର ବେଳେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନକୁ ଅତି ଅମାନୁଷିକ ଭାବେ ହତ୍ୟା ଘଟଣା ରେ ଦୁଇ ଜଣ କୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚନ୍ଦ୍ରଗିରି ଗ୍ରାମର ଶ୍ରିହରୀ ପ୍ରଧାନ ଓ ତା''ର ବଡ଼ ଭାଇ କୃଷ୍ଣାର୍ଯୁନ ପ୍ରଧାନ । 

Odisha Crime: ଚନ୍ଦ୍ରଗିରି ନବ ବିବାହିତ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ

Odisha Crime: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ମଙ୍ଗଳବାର ରାତିରେ ବିବାହ ପଟୁଆର ବେଳେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନକୁ ଅତି ଅମାନୁଷିକ ଭାବେ ହତ୍ୟା ଘଟଣା ରେ ଦୁଇ ଜଣ କୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚନ୍ଦ୍ରଗିରି ଗ୍ରାମର ଶ୍ରିହରୀ ପ୍ରଧାନ ଓ ତା''ର ବଡ଼ ଭାଇ କୃଷ୍ଣାର୍ଯୁନ ପ୍ରଧାନ । ହତ୍ୟାକାରୀ ପାଖରୁ ଗୋଟିଏ ରକ୍ତ ଭିଜା ଧାରୁଆ ଛୁରିକୁ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏବଂ ହତ୍ୟା ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଓ ଗାଡ଼ିକୁ ଜାଳି ପୋଡ଼ି ନଷ୍ଟ କରିଦେଇଥିବା ଘଟଣାରେ ୨୫ ଜଣଙ୍କ ନାମରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି।

ପୁର୍ବ ଶତୃତାରୁ ହତ୍ୟା ଘଟଣା ଘଟିଛି। ପୋଲିସର ସୂଚନା ଅନୁସାରେ ଚନ୍ଦ୍ରଗିରି ଗ୍ରାମରେ ବେଆଇନ ମଦକାରବାରକୁ ନେଇ ୨୦୧୯ ମସିହାରେ ଶ୍ରିହରି ପ୍ରଧାନ ସହ ପ୍ରଶାନ୍ତ ପ୍ରଧାନ ଓ ତିନି ସହଯୋଗୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା , ସେତେବେଳେ ଶ୍ରୀହରି ପ୍ରଧାନକୁ ମାଡ ମରାଯିବା ଘଟଣାରେ ମୋହନା ଥାନାରେ କେସ୍ ହୋଇଥିଲା, ଏବଂ ପ୍ରଶାନ୍ତ ସହ ଚାରିଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ପରେ ସେମାନେ ଜାମିନରେ ଆସି ଗାଁ ରେ ରହୁଥିଲେ। ହେଲେ ଶିବରାତ୍ରି ଉତ୍ସବ ଦିନ ଶିବମନ୍ଦିରରେ ଯାତ୍ରାରେ ଖେଳ ଲଗାଇବା ପାଇଁ ପ୍ରଶାନ୍ତ ଓ କୃଷ୍ଣ ଅର୍ଜୁନଙ୍କ ମଧ୍ୟରେ ବଚସା ହୋଇଥିଲା।

 

ଏହାରି ମଧ୍ୟରେ ପ୍ରଶାନ୍ତର ବାହାଘର ସରିବାର ୧୦ ଦିନ ଭିତରେ କୃଷ୍ଣ ଅର୍ଜୁନ ପ୍ରତିଶୋଧ ପରାୟଣ ହୋଇ ଶ୍ରୀହରି ପ୍ରଧାନକୁ କହି ଜିବନରେ ମାରିବାକୁ ଯୋଜନା କରିଥିଲା । ମଙ୍ଗଳବାର ରାତି ଗୋଟିଏ ପଟେ ବାହାଘର ପଟୁଆରରେ ସମସ୍ତେ ମସଗୁଲ ଥିବା ବେଳେ ରାତି ପ୍ରାୟ ସାଢେ ନଅ ଘଣ୍ଟା ସମୟରେ ଦୁଇ ଶ୍ରିହରି ପ୍ରଧାନ ଓ ତାର ଭାଇ କୃଷ୍ଣାର୍ଜୁନ ଦୁହେଁ ମିଶି ଧାରୁଆ ଅସ୍ତ୍ର ରେ ପ୍ରଶାନ୍ତକୁ ବାରମ୍ବାର ଆକ୍ରମଣ କରିଥିଲେ । ଘଟଣା ପରେ ଠାରୁ ଗ୍ରାମରେ ଉତ୍ତେଜନା ପୁଣ୍ଣ ପରିସ୍ଥିତି ସୃଷ୍ଟି ହେବାରୁ ୮ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଏବେ ମଧ୍ୟ ଗାଁ ରେ ଆଇନ୍ ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ଥିବା କହିଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ । ଗାଁ ରେ ଉତ୍ୟକ୍ତ ହୋଇ ଅଭିଯୁକ୍ତଙ୍କ ଘର, ଗାଡ଼ି ଓ ରାସ୍ତା ଅବରୋଧ କରାଯିବା ମାମଲାରେ ଗାଁ ର ୨୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି , ହତ୍ୟା କାଣ୍ଡରେ ଜଡିତ ଅନ୍ୟ ଦୋଷୀକୁ ଧରାଯିବ ବୋଲି କହିଛନ୍ତି ମୋହନା ଥାନାଧିକାରୀ। ଅନ୍ୟ ହତ୍ୟା ଘଟଣା ର ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରିଛି ପୋଲିସ୍।