Banakalagi Niti: ଶେଷ ହେବାର ନାଁ ନେଉନି ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ...
Advertisement
Article Detail0/zeeodisha/odisha1885679

Banakalagi Niti: ଶେଷ ହେବାର ନାଁ ନେଉନି ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ...

Banakalagi Niti: ମହାପ୍ରଭୁଙ୍କୁ ନେଇ ସମ୍ବେଦନହୀନ ଶ୍ରୀମନ୍ଦିର ପ୍ରଶାସନ ଓ ସମ୍ବେଦନହୀନ ସେବାୟତ। ପୁଣି ପଦାରେ ପଡିଲା ଶ୍ରୀମନ୍ଦିର ପ୍ରଶାସନର ଅପାରଗତା। ସମସ୍ତ ପରମ୍ପରାକୁ ପାଦରେ ଦଳିମକଚି ଶ୍ରୀମନ୍ଦିରରେ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଚାହୁଁଛି କି ମନ୍ଦିର ପ୍ରଶାସନ ? ଦୀର୍ଘ ଏକ ମାସ ହେବ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର ହୋଇନାହିଁ। ନିଳକନ୍ଦରକୁ ଫେରିବା ପରେ ଥରୁଟିଏ ହୋଇଥିଲେ ବନକଲାଗି। ତାହା ପୁଣି ବହୁ ବାଦବିବାଦ ପରେ ଦତ୍ତମହାପାତ୍ର ସେବକ ମାନେ ବନକଲାଗି କରିଥିଲେ। ଇତି ମଧ୍ୟରେ ଦୁଇମାସ ବିତିଗଲାଣି ହେଲେ ବନକଲାଗି ହୋଇନାହାନ୍ତି ମହାପ୍ରଭୁ।

Banakalagi Niti: ଶେଷ ହେବାର ନାଁ ନେଉନି ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ...

Banakalagi Niti: ମହାପ୍ରଭୁଙ୍କୁ ନେଇ ସମ୍ବେଦନହୀନ ଶ୍ରୀମନ୍ଦିର ପ୍ରଶାସନ ଓ ସମ୍ବେଦନହୀନ ସେବାୟତ। ପୁଣି ପଦାରେ ପଡିଲା ଶ୍ରୀମନ୍ଦିର ପ୍ରଶାସନର ଅପାରଗତା। ସମସ୍ତ ପରମ୍ପରାକୁ ପାଦରେ ଦଳିମକଚି ଶ୍ରୀମନ୍ଦିରରେ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଚାହୁଁଛି କି ମନ୍ଦିର ପ୍ରଶାସନ ? ଦୀର୍ଘ ଏକ ମାସ ହେବ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର ହୋଇନାହିଁ। ନିଳକନ୍ଦରକୁ ଫେରିବା ପରେ ଥରୁଟିଏ ହୋଇଥିଲେ ବନକଲାଗି। ତାହା ପୁଣି ବହୁ ବାଦବିବାଦ ପରେ ଦତ୍ତମହାପାତ୍ର ସେବକ ମାନେ ବନକଲାଗି କରିଥିଲେ। ଇତି ମଧ୍ୟରେ ଦୁଇମାସ ବିତିଗଲାଣି ହେଲେ ବନକଲାଗି ହୋଇନାହାନ୍ତି ମହାପ୍ରଭୁ। ଫଳରେ ଧିରେଧିରେ ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ଦେଖା ଗଲାଣି। ସେପଟେ ମହାପ୍ରଭୁ ରତ୍ନବେଦୀକୁ ଫେରିବା ପରେ ଦତ୍ତମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ଏକମାସ ଧରି ଶ୍ରୀମୁଖ ଶୃଙ୍ଗାର ବନ୍ଦ ରହିଥିବା ବେଳେ ଏବେ ମଧ୍ୟ ଦୀର୍ଘ ଏକମାସ ହେବ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇନଥିବାରୁ ମନ୍ଦିର ପ୍ରଶାସନ ଓ ବନକଲାଗି ନୀତି କରୁଥିବା ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ସମନ୍ୱୟ ଅଭାବ ଏବେ ଜଳଜଳ ହୋଇ ଦିଶୁଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଭକ୍ତ, ସେବାୟତ,ବୁଦ୍ଧିଜୀବୀଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ନିଦାବିଷ୍ନୁ। ଅନ୍ୟପଟେ ଜନ୍ମାଷ୍ଟମୀ ନୀତି ଯୋଗୁଁ ବନକଲାଗି ନୀତି ହେଉନଥିବା ଦତ୍ତମହାପାତ୍ର ସେବାୟତ କହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକଙ୍କୁ ସବୁରି ମହଲରେ ଦାୟୀ କରାଯାଇଛି।

ସେପଟେ ଏଭଳି ଘଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କୁ ଦାୟୀ କରାଯାଉଛି। ମହାପ୍ରଭୁଙ୍କୁ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସବୁବେଳେ ସମ୍ବେଦନଶୀଳ ବୋଲି କହୁଥିବା ବେଳେ ଏବେ ଶ୍ରୀଜୀଉଙ୍କ ଶ୍ରୀମୁଖ ପ୍ରତି ଦେଖାଦେଲାଣି ବିପଦ। ପୂର୍ବରୁ ଏକମାସ ଧରି ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ରଙ୍କ ମଧ୍ୟରେ ବିବାଦ ଯୋଗୁଁ ବନକଲାଗି ହୋଇପାରିନଥିବା ଵେଳେ ଏବେ ପୁଣି ଏକମାସ ହେବ ହୋଇନି ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି। ପୂର୍ବରୁ ବନକଲାଗି ନୀତି ସମ୍ପର୍ଣ୍ନ କରୁଥିବା ଦତ୍ତମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଦୀର୍ଘଦିନ ବିବାଦ ଦେଖାଦେଇଥିବା ବେଳେ ପରମ୍ପରାକୁ ପାଦରେ ଦଳିମକଚି ମାସକୁ କେଵଳ ଦୁଇଥର ବନକଲାଗି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନେଇଥିଲା ନିଷ୍ପତ୍ତି। ଯେଉଁଥିରେ ସହମତି ହୋଇଥିଲେ ଦତ୍ତମହାପାତ୍ର ସେବାୟତ। ବୁଧବାର ବନକଲାଗି ହେବ ନା ଗୁରୁବାର ବନକଲାଗି ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ସତ୍ୱଲିପି ଭାଙ୍ଗି କେବଳ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତିକୁ ମଧ୍ୟ ମାନି ନେଇଥିଲେ ଦତ୍ତମହାପାତ୍ର ସେବକ। କିନ୍ତୁ ଏବେ ଦୀର୍ଘ ଏକମାସ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ନହେବା ଯୋଗୁଁ ଶ୍ରୀଜୀଉଙ୍କ ଶ୍ରୀମୁଖ ପ୍ରତି ବିପଦ ରହିଥିବା କହିଛନ୍ତି ଖୋଦ୍ ଦତ୍ତମହାପାତ୍ର ସେବକ।

ସେପଟେ ୨୦୧୮ ମସିହା ପରିଚାଳନା କମିଟିର ନିଷ୍ପତ୍ତିକୁ ଦେଖିଲେ ପ୍ରତି ସପ୍ତାହର କେବଳ ବୁଧବାର ବନକଲାଗି ନୀତି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ପୁର୍ନବାର ନିଷ୍ପତିରେ ପରିବର୍ତ୍ତନ ହୋଇ ମାସକୁ ଦୁଇଥର ବନକଲାଗି ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଚାଲିଥିବାରୁ ବନକଲାଗି ନୀତି ହେଉନାହିଁ ବୋଲି ଦତ୍ତମହାପାତ୍ର ସେବକ କହିଛନ୍ତି।

ମାସକୁ ଚାରିଥର ବଦଳରେ ଦୁଇଥର ବନକଲାଗି ନୀତି ହେବା ନିଷ୍ପତ୍ତି କାହିଁକି ନେଲା ଶ୍ରୀମନ୍ଦିର ପ୍ରଶାସନ ? କଣପାଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକୁ ମାନିନେଲେ ଦତ୍ତମହାପାତ୍ର ସେବକ ? ଏଭଳି ଅନେକ ଆସମାହିତ ପ୍ରଶ୍ନ ଭକ୍ତ ଓ ଦର୍ଶନାର୍ଥିଙ୍କ ମନରେ ଉଠିଛି। ସେବାୟତଙ୍କ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋଦ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ପୂର୍ବରୁ ଜନ୍ମାଷ୍ଟମୀ ତିଥିରେ ବନକଲାଗି ହୋଇଥିବା କହିଥିବା ବେଳେ ବରିଷ୍ଠ ଦଇତାପତି ସେବାୟତ ମଧ୍ୟ ବନକଲାଗି ନୀତି ଏକମାସ ଧରି ନହେବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେପଟେ ଭକ୍ତ ଓ ବୁଦ୍ଧିଜୀବୀ ମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅପାରଗତାକୁ ଦାୟୀ କରିଥିବା ବେଳେ ତୁରନ୍ତ ମହାପ୍ରଭୁଙ୍କ ବନକଲାଗି ନୀତି କରିବାକୁ ମତ ରଖିଛନ୍ତି।

Also Read: Krishna Leela: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିନ, ଲାଗିଛି ଭକ୍ତଙ୍କ ଭିଡ଼..

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...