Odisha News: ରାତି ଅଧରେ ଘରେ କଳା କନା ବୁଲାଇଲେ ଚୋର, ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି
Advertisement
Article Detail0/zeeodisha/odisha2205279

Odisha News: ରାତି ଅଧରେ ଘରେ କଳା କନା ବୁଲାଇଲେ ଚୋର, ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି

Odisha News: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚୋରୀ ଓ ରାହାଜାନୀ ପରି ଘଟଣା। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ପୋଦ୍ଦାର କଲୋନୀରେ। ଏହି କଲୋନୀରୁ ତିନି ଲକ୍ଷ ଟଙ୍କାର ଆସବାବ ପତ୍ର ସାମଗ୍ରୀ ଚୋରି ହୋଇଥିବାର ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ଛାନଭିନ୍ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ସମ୍ବଲପୁର କ୍ଷେତରାଜପୁର ପୋଦ୍ଦାର କଲୋନୀର ନିବାସୀ କେଶବ ଡାଲମିଆଁଙ୍କ ଘରେ ଗତ ରାତି ପ୍ରାୟ ଦୁଇଟା ସମୟରେ ଚାରି ଜଣ ଚୋର ଘରର ପଛ ପଟେ ପ୍ରବେଶ କରିଥିଲେ । ଜଣେ ତଳେ ଛିଡା ହୋଇ ନିରୀକ୍ଷଣ କରୁଥିଲା । ଘରର କାନ୍ଥ ଉପରେ ଥିବା ତାରକୁ କାଟି ପ୍ରଥମେ ସେମାନେ ଠାକୁର ଘର ଦେଇ ବେଡ଼ ରୁମ କୁ ପ୍ରବେଶ କରିଥିଲେ । ବାଟରେ ରହିଥିବା କିଛି ସାମଗ୍ରୀ ଓ ଠାକୁର ଘର ରୁପାରେ ନିର୍ମିତ ପୂଜା ବାସନକୁସନ ସହ କିଛି ଟଙ୍କା ନେଇଯାଇଥିଲେ । ଯାହାର ମୂଲ୍ୟ ପାଖାପାଖି ଦୁଇ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ସିସିଟିଭି ଫୁଟେଜକୁ ପୋଲିସ୍ ଅନୁଧ୍ୟାନ କରି ଛାନଭିନ୍ ଚଳାଇଛି। ଏବଂ ତଦନ୍ତ ଜାରି ରଖିଛି।