President Droupadi Murmu: ଆସନ୍ତା କାଲି ସମ୍ବଲପୁର ଯିବେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ, ଜାଣନ୍ତୁ ତାଙ୍କର କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha2135104

President Droupadi Murmu: ଆସନ୍ତା କାଲି ସମ୍ବଲପୁର ଯିବେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ, ଜାଣନ୍ତୁ ତାଙ୍କର କାର୍ଯ୍ୟସୂଚୀ

President Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ (Droupadi Murmu) ଓଡ଼ିଶା ଗସ୍ତର ତୃତୀୟ ଦିନ। ବୁଧବାର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଁଞ୍ଚିଲେ ମହାମହିମ । ତେବେ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି କେନ୍ଦୁଝର ଗସ୍ତ କରିଥିଲେ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସରରେ ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ତେବେ ଆସନ୍ତା କାଲି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କନ୍ଧରାକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା କାଲି ମାର୍ଚ୍ଚ  ୨ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ କବି ଭୀମ ଭୋଇଙ୍କ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସ୍ଥାନୀୟ ଜନତା ଙ୍କ ସହ ଭୀମ ଭୋଇ ସ୍ମୃତି ପୀଠ ବେଶ ଉତ୍ସାହିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ଆସନ୍ତା କାଲି ସାଢେ ୧୨ଟା ରେ ସେଠାରେ ପହଂଚିବା କାର୍ଯ୍ୟକ୍ରମ ରହିବା ସହ ସ୍ମୃତି କୂପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସେଥିପାଇଁ ସ୍ଥାନୀୟ ଜନତାଙ୍କ ସହ ମହିମା ଧାର୍ମାବଲମ୍ବୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ସୂଚନା ଥାଉ କି ସନ୍ଥ କବି ଭୀମ ଭୋଇ ଙ୍କ ବାଣୀ ''ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ'' ଜାତି ସଙ୍ଘରେ ସ୍ଥାନିତ ହୋଇଛି। ସନ୍ଥ କବି ଭୀମ ଭୋଇ ଏଇ କନ୍ଧରାରେ ତାଙ୍କର ଦିବ୍ୟଜ୍ଞାନ ପ୍ରାପ୍ତି ସହ ମୁଖ ନିସୃତ ବାଣୀ ଆରମ୍ଭ ହୋଇଥିଲା। ଯାହା କି କାଳ କାଳ ପର୍ଯ୍ୟନ୍ତ ଅମର ହୋଇ ରହିଛି ଓ ରହିବ।