Puri News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha2086948

Puri News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ

Puri News: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ( Banakalagi Niti) ଅନୁଷ୍ଠିତ ହେବ।  ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦ୍ବୀତିୟ ଭୋଗ ମଣ୍ତପ ନୀତି ଶେଷ ହେବା ପରେ  ଆପାତତଃ ସଂନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।  ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ (Lord Jagannath)ଶ୍ରୀମୁଖ ଶୃଙ୍ଖାର କରିବେ। 

Puri News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ

Puri News: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ( Banakalagi Niti) ଅନୁଷ୍ଠିତ ହେବ।  ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦ୍ବୀତିୟ ଭୋଗ ମଣ୍ତପ ନୀତି ଶେଷ ହେବା ପରେ  ଆପାତତଃ ସଂନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।  ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ (Lord Jagannath)ଶ୍ରୀମୁଖ ଶୃଙ୍ଖାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ( Shree Jagannatha Temple Administration, Puri) ପକ୍ଷରୁ ସୂଚନା ଦିଆଯାଇଛି। 

ALSO READ: Weather Update: ୨୪ ଘଣ୍ଟା ପରେ ଉତ୍ତର ଓଡି଼ଶାରେ ବର୍ଷା ସମ୍ଭାବନା, ଭିଜିବ ୭ ଜିଲ୍ଲା

ALSO READ: LAccMI Bus: ଆଜି ତିନୋଟି ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍', ୫ ଟଙ୍କାରେ କରିପାରିବେ ଯାତ୍ରା

ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରାଯାଇଥାଏ।  ପରମ୍ପରା ଅନୁସାରେ, ବୁଧବାର କିମ୍ବା ଗୁରୁବାର ଦିନ ମହାପ୍ରଭୁଙ୍କ ଏହି ବନକଲାଗି ନୀତି ହୋଇଥାଏ। ଦ୍ବିପହର ଧୂପ ସରିବା ପରେ, ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।  ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ସିଂହାର କରନ୍ତି। ତିନି ଦାରୁ ମୂର୍ତ୍ତିଙ୍କ ମୁଖ ମଣ୍ତଳରେ ଶୃଙ୍ଖାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ।  ଏହି ବନକଲାଗି ନୀତି ପାଇଁ ଏକ ସ୍ବତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି।  ଏମାନଙ୍କୁ ଦତ୍ତ ମହାପାତ୍ର ସେବକ କୁହାଯାଏ।  ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହ ମାନଙ୍କୁ ଲଗାଇବା ଏମାନଙ୍କ ମୁଖ୍ୟ କାମ। ରଙ୍ଗ ସହିତ କସ୍ତୁରୀ କେଶର ଭଳି ଦାମୀ ସୁବାଷିତ ପଦାର୍ଥ ବ୍ୟବହୃତ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହୃତ ହୁଏ ନାହିଁ।