Healthy Lifestyle:10 ସ୍ୱାସ୍ଥ୍ୟପ୍ରଦ ଅଭ୍ୟାସ ଯାହା ଆପଣଙ୍କୁ ନିରୋଗ ରଖିବ
Advertisement
Article Detail0/zeeodisha/odisha2064718

Healthy Lifestyle:10 ସ୍ୱାସ୍ଥ୍ୟପ୍ରଦ ଅଭ୍ୟାସ ଯାହା ଆପଣଙ୍କୁ ନିରୋଗ ରଖିବ

10 ସ୍ୱାସ୍ଥ୍ୟପ୍ରଦ ଅଭ୍ୟାସ ଯାହା ଆପଣଙ୍କୁ ନିରୋଗ ରଖିବ । ବର୍ତ୍ତମାନ ସମୟରେ ନିରୋଗ ରହିବା ଅତ୍ୟନ୍ତ ଜରୁରୀ । କାମ ପ୍ରେସର, ଚିନ୍ତା ଏବଂ ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସମୟର ଘୋର ଅଭାବ ରହିଛି । ତେଣୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅନେକ ସମୟରେ ସମ୍ଭବ ହୋଇନଥାଏ । ତଷରୁ ଅନେକ ଗୁଡ଼ିଏ ଅଭ୍ୟାସରେ ଆମକୁ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଆସିନ୍ତୁ ଜାଣିବା ସେଗୁଡ଼ିକ କଣ ? 

SOCIAL MEDIA

Healthy Lifestyle:

1.            ଦୈନିକ 8 ଘଣ୍ଟା ଶୁଅନ୍ତୁ

2.            ଶୋଇବା ସମୟକୁ ନିର୍ଧାରିତ କରନ୍ତୁ। ଯେଉଁ ସମୟରେ ଶୋଇବାକୁ ଯାଉଛନ୍ତି ସେହି ସମୟରେ ପ୍ରତିଦିନ ଶୁଅନ୍ତୁ ଓ ସମାନ ସମୟରେ ଶଯ୍ୟାତ୍ୟାଗ କରନ୍ତୁ

3.            ସକାଳ 8ଟା ସୁଧା ଜଳଖିଆ ସାରନ୍ତୁ। ରାତି 8 ଟା ପୂର୍ବରୁ ରାତ୍ରୀଭୋଜନ କରନ୍ତୁ। ଯଦି ସମ୍ଭବ ହୁଏ ତେବେ ସଂଧ୍ୟା 6ରୁ 7 ଭିତରେ ରାତ୍ରୀଭୋଜନ କରନ୍ତୁ। ଏପରି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭପ୍ରଦ ହେବ।

4.            ଖାଇବା ସମୟକୁ ଦୈନିକ 12 ଘଣ୍ଟାକୁ ହ୍ରାସ କରନ୍ତୁ

5.            ଦୈନିକ 40ରୁ 60 ମିନିଟ୍ ବ୍ୟୟାମ କରନ୍ତୁ

6.            ଏରୋବିକ୍ସ ସହିତ ଶକ୍ତି ବର୍ଦ୍ଧକ ବ୍ୟୟାମ କରନ୍ତୁ

7.            ବ୍ୟୟାମରେ ତୀବ୍ରତା ତୁଳନାରେ ନିରନ୍ତରତା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଉଦାହରଣ ସ୍ୱରୁପ ଦୈନିକ 30 ମିନିଟ ଜୋରରେ ଚାଲିବା ମାସକୁ ଦୁଇଥର ଲମ୍ବା ମାରାଥନରେ ଭାଗନେବାଠାରୁ ଭଲ।

8.            ମନ୍ଥର ହୃଦୟଗତି (ହାର୍ଟ୍ ରେଟ୍) ସହିତ ଧିରେ ଦୌଡ଼ିବା ଦ୍ରୁତ ହୃଦୟଗତିରେ ଦ୍ରୁତ ବେଗରେ ଦୌଡ଼ିବାଠାରୁ ଭଲ ହୋଇଥାଏ।

9.            ଶର୍କରା ଯୁକ୍ତ ଖାଦ୍ୟ ପରିତ୍ୟାଗ କରନ୍ତୁ

10.          ଧୂମପାନ ଓ ମଦ୍ୟପାନଠାରୁ ଦୁରେଇ ରୁହନ୍ତୁ

11.          ସପ୍ତାହକୁ 3ରୁ 4 ଦିନ ଅତିକମରେ 20 ମିନିଟ୍ ପର୍ଯ୍ୟନ୍ତ ଶରିରକୁ ସୂର୍ଯ୍ୟକିରଣ ଦିଅନ୍ତୁ।

12.          ଅଧିକ ଚିନ୍ତା ଓ ଅଧିକ କାମ କରିବା ତ୍ୟାଗ କରନ୍ତୁ।

13.          ସେହି କାମ କରନ୍ତୁ ଯାହା ଆପଣଙ୍କୁ ଖୁସି ଦେଉଥିବ ଓ ସେହିଭଳି ଲୋକଙ୍କ ସହିତ ଅଧିକ ସମୟ ବିତାନ୍ତୁ ଯେଉଁମାନଙ୍କ ଉପସ୍ଥିତି ଆପଣଙ୍କୁ ଖୁସି ଦେଉଥିବ।

14.          କାହା ସହିତ ନିଜର ତୁଳନା କରନ୍ତୁ ନାହିଁ କି କାହା ସହିତ ପ୍ରତିଦ୍ୱନ୍ଦିତା କରନ୍ତୁ ନାହିଁ କିନ୍ତୁ ଯାହା କରୁଛନ୍ତି ସେଥିରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରନ୍ତୁ।

15.          ଆପଣଙ୍କ ଖୁସୀ ଆଉ କାହାର ମତାମତ ଉପରେ ନିର୍ଭର କରେନାହିଁ ବୋଲି ଜାଣିନିଅନ୍ତୁ କାରଣ ଆପଣଙ୍କ କାମକୁ ଆପଣଙ୍କ ଛଡ଼ା ଅନ୍ୟ କେହି ଅଧିକ ଜାଣନ୍ତି ନାହିଁ କିମ୍ବା ଆପଣଙ୍କୁ ଆପଣଙ୍କ ଅପେକ୍ଷା ଆଉ କେହି ଭଲ ଭାବେ ଜାଣନ୍ତି ନାହିଁ। ତେଣୁ କାହାର ମତାମତକୁ ଗୁରୁତ୍ୱ ଦିଅନ୍ତୁ ନାହିଁ।