jio Plan: ୩୬୫ ଦିନର ଜବରଦସ୍ତ ପ୍ଲାନ ଆଣିଲା ଜିଓ, ଅସୀମିତ କଲିଂ ସହ ଡାଟା ସୁବିଧା
Advertisement
Article Detail0/zeeodisha/odisha2253574

jio Plan: ୩୬୫ ଦିନର ଜବରଦସ୍ତ ପ୍ଲାନ ଆଣିଲା ଜିଓ, ଅସୀମିତ କଲିଂ ସହ ଡାଟା ସୁବିଧା

jio One Year Plan 2024: ରିଲାଏନ୍ସ ଜିଓର ନୂତନ ପ୍ରିପେଡ୍ ପ୍ଲାନ ଫ୍ୟାନ୍କୋଡ୍ ସ୍ପୋର୍ଟସ୍ ଷ୍ଟ୍ରିମିଂ ସବସ୍କ୍ରିପସନ୍ ସହିତ ଏକ ବର୍ଷର ବୈଧତା ପ୍ରଦାନ କରୁଛି । ଏହି ପ୍ଲାନରେ ପ୍ରତିଦିନ ୨.୫ ଜିବି ଡାଟା ମିଳିଥାଏ ।

jio Plan: ୩୬୫ ଦିନର ଜବରଦସ୍ତ ପ୍ଲାନ ଆଣିଲା ଜିଓ, ଅସୀମିତ କଲିଂ ସହ ଡାଟା ସୁବିଧା

jio One Year Plan 2024: ରିଲାଏନ୍ସ ଜିଓ ବର୍ତ୍ତମାନ ୪୬ କୋଟିରୁ ଅଧିକ ଗ୍ରାହକଙ୍କ ଦ୍ୱାରା ଆଦୃତ ହୋଇଛି । ବର୍ତ୍ତମାନ ଜିଓ ଏକ ନୂଆ ପ୍ରିପେଡ୍ ପ୍ଲାନ୍ ଆଣିଛି ଯାହା ଏକ ବର୍ଷ ଅର୍ଥାତ୍ ୩୬୫ ଦିନ ପର୍ଯ୍ୟନ୍ତ ବୈଧତା ରହିବ । ଏହି ପ୍ଲାନର ଦାମ ରହିଛି ୩୩୩୩ । ତେବେ ଖାସ୍ କଥା ହେଉଛି ଫ୍ୟାନକୋଡ୍ ସବସ୍କ୍ରିପସନ୍ ମଧ୍ୟ ମାଗଣାରେ ଉପଲବ୍ଧ ହେବ । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଫ୍ୟାନକୋଡ୍ ହେଉଛି ଏକ ସ୍ପୋର୍ଟସ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଯାହା କ୍ରିକେଟ୍ ସହିତ ଫୁଟବଲ୍, ଫର୍ମୁଲା -୧ ଏବଂ ଅନ୍ୟାନ୍ୟ କ୍ରୀଡା ମଧ୍ୟ ଷ୍ଟ୍ରିମ୍ କରିଥାଏ । ଏହାର ମାସିକ ପ୍ଲାନ୍ ୨୦୦ ଟଙ୍କା ଏବଂ ବାର୍ଷିକ ପାସ୍ ମୂଲ୍ୟ ୯୯୯ ଟଙ୍କା ରହିଛି । ରିଲାଏନ୍ସ ଜିଓର ଏହି ପ୍ୟାକ୍ ସହିତ ଏହାର ଫ୍ରି ମେମ୍ୱରସିପ ମିଳିଥାଏ ।

Jio AirFiber ଏବଂ JioFiber ଗ୍ରାହକଙ୍କ ପାଇଁ ଫ୍ୟାନ୍କୋଡ୍ ସବସ୍କ୍ରିପସନ୍ ମଧ୍ୟ ମାଗଣା ଉପଲବ୍ଧ ରହିଥାଏ । କିନ୍ତୁ ଏଥିପାଇଁ ସେମାନଙ୍କୁ ୧୧୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ପ୍ୟାକ୍ କିଣିବାକୁ ପଡିଥାଏ । ଏହା ସହିତ, ଜିଓ ପ୍ରିପେଡ୍ ବ୍ୟବହାରକାରୀମାନେ ୩୯୮,୧୧୯୮ ଟଙ୍କା ଏବଂ ୪୪୯୮ ଟଙ୍କା ପ୍ଲାନ ନେବା ପରେ ଏହି ସବସ୍କ୍ରିପସନ୍ ମାଗଣାରେ ପାଇପାରିବେ ।

କେବଳ ୩୩୩୩ ଟଙ୍କା ପ୍ଲାନରେ ଫ୍ୟାନକୋଡ୍ ସବସ୍କ୍ରିପସନ୍ ମାଗଣାରେ ଉପଲବ୍ଧ ମିଳିବ ତାହା ନୁହେଁ, ଏହାର ୩୬୫ ଦିନର ବୈଧତାକୁ ବିଚାରକୁ ନେଲେ ଏହାର ଦୈନିକ ମୁଲ୍ୟ ମାତ୍ର ୯ଟଙ୍କା ୧୩ ପଇସା ପଡୁଛି । ଏଥିରେ, ଉପଭୋକ୍ତା ୩୬୫ ଦିନ ପାଇଁ ଦିନକୁ ୨.୫ ଜିବି ଡାଟା, ଅସୀମିତ ଭଏସ୍ କଲିଂ ଏବଂ ୧୦୦ ଟି SMSର ସୁବିଧା ପାଇବେ । ଏହି ପ୍ଲାନରେ ଉପଲବ୍ଧ ଅତିରିକ୍ତ ସୁବିଧା ତଥା ଜିଓ ସିନେମା, ଜିଓ ଟିଭି ଏବଂ ଜିଓକ୍ଲାଉଡ୍ ପାଇଁ ଫ୍ରି ଏଣ୍ଟ୍ରୀ ଅନ୍ତର୍ଭୁକ୍ତ ରହିଛି । ଏଥିରେ ଆପଣ ଜିଓ ସିନେମା ପାଇଁ ପ୍ରାଥମିକ ସଦସ୍ୟତା ପାଇବେ କିନ୍ତୁ ପ୍ରିମିୟମ୍ ପାଇବେ ନାହିଁ ।

ଏହି ପ୍ଲାନରେ ଆପଣ ଅସୀମିତ 5G ଡାଟା ମଧ୍ୟ ପାଇବେ । ଯଦି ଆପଣଙ୍କ ଅଞ୍ଚଳରେ Jio ସେବା ଉପଲବ୍ଧ ରହିଛି ଏବଂ ଆପଣ 5G ଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଅସୀମିତ 5G ଡାଟା ଅଫରର ଲାଭ ମଧ୍ୟ ନେଇପାରିବେ । ଜିଓର ୱେବସାଇଟ୍ ଏବଂ ଏହାର ଆପରେ ଏସମ୍ପର୍କରେ ତଥ୍ୟ ଉପଲବ୍ଧ ରହିଛି ।

ବାସ୍ତବରେ, ଜିଓର ୨୯୯୯ ଟଙ୍କାର ଏକ ପ୍ଲାନ ରହିଛି । ଯେଉଁଥିରେ ଦୈନିକ ୨.୫ ଜିବି, ଅସୀମିତ ଭଏସ୍ କଲିଂ ୩୬୫ ଦିନର ବୈଧତା ସହ ରହିଛି ।  ଦୈନିକ ୧୦୦ SMSର ସବସ୍କ୍ରିପସନ୍, ଜିଓ ସିନେମା, ଜିଓ ଟିଭି ଏବଂ ଜିଓ କ୍ଲାଉଡ୍ ମଧ୍ୟ ଉପଲବ୍ଧ ରହିଛି । କିନ୍ତୁ ଏଥିରେ ଫ୍ୟାନକୋଡ୍ ସବସ୍କ୍ରିପସନ୍ ଉପଲବ୍ଧ ନାହିଁ । କେବଳ ୩୩୩୩ ଟଙ୍କା ରିଚାର୍ଜ କଲେ ହିଁ ଆପଣ FanCode ସୁବିଧା ପାଇପାରିବେ ।

Also Read- ଲୋକପ୍ରିୟ ଧାରାବାହିକ "ସୁନା ଝିଅ" ରେ ପୁନଃମିଳନର ମହାଅଧ୍ୟାୟ

Also Read- Shani Dev: ଶକ୍ତିଶାଳୀ ଅଛନ୍ତି ଶନିଦେବ, ୩ ରାଶିର ଲୋକେ କରନ୍ତୁନି ଏହି ଭୁଲ୍