Odisha News: ନିଟ୍ ପରୀକ୍ଷାରେ ଜାଲିଆତି, ୩ ନକଲି ପରୀକ୍ଷାର୍ଥୀ ଗିରଫ
Advertisement
Article Detail0/zeeodisha/odisha2240782

Odisha News: ନିଟ୍ ପରୀକ୍ଷାରେ ଜାଲିଆତି, ୩ ନକଲି ପରୀକ୍ଷାର୍ଥୀ ଗିରଫ

Odisha News: ମେଡିକାଲ ପ୍ରବେଶିକା ପରୀକ୍ଷା (NEET exam)ରେ ଜାଲିଆତି  ଘଟଣା। ଏହି ଘଟଣାରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ, ବିହାର ଅଞ୍ଚଳର ଅଙ୍କିତ ରାଜ ,ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ । ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି। 

Odisha News: ନିଟ୍ ପରୀକ୍ଷାରେ ଜାଲିଆତି, ୩ ନକଲି ପରୀକ୍ଷାର୍ଥୀ ଗିରଫ

Odisha News: ମେଡିକାଲ ପ୍ରବେଶିକା ପରୀକ୍ଷା (NEET exam)ରେ ଜାଲିଆତି  ଘଟଣା। ଏହି ଘଟଣାରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ, ବିହାର ଅଞ୍ଚଳର ଅଙ୍କିତ ରାଜ ,ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ । ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଏଭଳି ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । 

ସୂଚନା ଅନୁଯାୟୀ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ପୋଲିସ । ମେ ମାସ ୫ ତାରିଖ ରେ ନିଟ ପରୀକ୍ଷା ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅଫିସରଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା । ପରେ ପୋଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ, ମୟୁରଭଞ୍ଜ ଅଞ୍ଚଳର ଶାଶ୍ୱତ ତ୍ରିପାଠୀ ନିଟ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ଅନ୍ୟ ଜଣେ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ । 

ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କଲିକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତ ରାଜକୁ ଯୋଗାଯୋଗ କରିଥିଲେ । ଗରିବ ଶ୍ରେଣୀର ଛାତ୍ର ହୋଇଥିବାରୁ ମାତ୍ର ୧୦ ଲକ୍ଷ ଟଙ୍କାରେ ପରୀକ୍ଷା ପାଇଁ ଡିଲ ହୋଇଥିଲା । ତେବେ ଯାଞ୍ଚ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି । ୧୦ ଲକ୍ଷ ଟଙ୍କା ନେବା ନେଇ ବ୍ୟାଙ୍କରେ ତଦନ୍ତ ଆରମ୍ଭ ହୋଇଛି । ଅଧିକ ତଦନ୍ତ ପାଇଁ ପୋଲିସ ସବିଶେଷ ତଥ୍ୟ ପ୍ରଦାନ କରି ନାହିଁ ।