Odisha Eelction 2024: ରୋଚକ ହେଉଛି ପିପିଲି ରାଜନୀତି। ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବୋହୁ ତଥା ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା। ଚଳିତ ନିର୍ବାଚନରେ ଜାଗୃତି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଯାଉଛନ୍ତି।
Trending Photos
Odisha Eelction 2024: ରୋଚକ ହେଉଛି ପିପିଲି ରାଜନୀତି। ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବୋହୁ ତଥା ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା। ଚଳିତ ନିର୍ବାଚନରେ ଜାଗୃତି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଯାଉଛନ୍ତି। ଏ ନେଇ ସୋମବାର ନାମାଙ୍କନ ଭରିଛନ୍ତି ଜାଗୃତି। ଗତ ୩ ତାରିଖରେ ନାମାଙ୍କନ ରୁଦ୍ର ମହାରଥୀ ଭରିଛନ୍ତି।ତେବେ ସ୍ୱାମୀଙ୍କ ବିରୋଧରେ ଜାଗୃତି କାହିଁକି ନାମାନଙ୍କ ଭରିଲେ, ସେ ନେଇ ରାଜନୀତି ସରଗରମ ହୋଇଛି।
ତେବେ କେଉଁ କାରଣରୁ ସ୍ବାମୀଙ୍କ ବିରୋଧରେ ନିର୍ବାଚନକୁ ଓହ୍ଲାଇଛନ୍ତି ସେନେଇ ଜାଗୃତି ସ୍ପଷ୍ଟ କରିନାହାନ୍ତି। ଜାଗୃତିଙ୍କ ଦ୍ୱାରା ନିର୍ବଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାରେ କୌଣସି ଅସୁବିଧା ନାହିଁ ଏବଂ ଏଥିରେ କୌଣସି କ୍ଷତି ହେବନାହିଁ ନାହିଁ ବୋଲି କହିଛନ୍ତି ସ୍ୱାମୀ ରୁଦ୍ର ମହାରଥୀ।ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡି ବିଧାୟକ ଅଛନ୍ତି। ତାଙ୍କ ବାପା ପ୍ରଦୀପଙ୍କ ଦେହାନ୍ତ ପରେ ଏପ୍ରିଲ ୨୦୨୧ରେ ଉପନିର୍ବଚନ ବିଜୟୀ ହୋଇ ସେ ବିଧାୟକ ହୋଇଥିଲେ। ଏବେ ଆଗାମୀ ନିର୍ବାଚନରେ ପୁରୀ ଲୋକସଭା ଆସନ ଅନ୍ତର୍ଗତ ପିପିଲି ଆସନ ଲାଗି ଆସନ୍ତା ୨୫ ତାରିଖରେ ମତଦାନ କରାଯିବ।