Heat Wave: ଏହି ଦିନଠାରୁ ୩ରୁ ୪ ଡ଼ିଗ୍ରୀ ଯାଏଁ ବଢିବ ତାତି!
Advertisement
Article Detail0/zeeodisha/odisha2198266

Heat Wave: ଏହି ଦିନଠାରୁ ୩ରୁ ୪ ଡ଼ିଗ୍ରୀ ଯାଏଁ ବଢିବ ତାତି!

Heat Wave: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଝଡ଼ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ରାଜ୍ୟବାସୀ । ତେବେ ଆସନ୍ତା ୨ ଦିନ ପରେ ଦିନ ତାପମାତ୍ରା ପ୍ରାୟତଃ ୨ରୁ ୩ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ୧୨ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ଆସନ୍ତା ୧୩ ତାରିଖ ପରଠାରୁ ରାଜ୍ୟ ମଧ୍ୟକୁ ପଶ୍ଚିମ ତଥା ଉତ୍ତର- ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ଯୋଗୁଁ ଦିନ ତାପମାତ୍ରାରେ ୩ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି ।

ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ଷା ଯୋଗୁଁ ତିନି ଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିବା ସହ ତାତିର ପ୍ରକୋପ କମିଛି । ଏମିତି କି, କେତେକ ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀକୁ ଖସିଛି ।

Also Read- Odisha News: ମୌସୁମୀ ପୂର୍ବରୁ ସମ୍ବଲପୁରରେ ଡପ୍ଲିର ରାଡାର